ଜିଲ୍ଲାରେ ପହଞ୍ଚିଲା 35,000 କୋଭିଡ ଭାକ୍ସିନ

କୋଭିଡ ଭାକ୍ସିନ ଗୁରୁବାର ଠାରୁ ଦିଆଯିବା କୁ ଥିବା ଯୋଗୁଁ କୋରାପୁଟ ଜିଲ୍ଲାସ୍ତରରେ ଭାକ୍ସିନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ଓଡିଶା ରେ ପ୍ରତି ଦିନ ଦୁଇ ଚାରୋଟି କୋଭିଡ ସଂକ୍ରମଣ ଦେଖାଯାଉଥିବା ବେଳେ କୋରାପୁଟ ଜିଲ୍ଲା ରେ ପନ୍ଦର କୋଡିଏ ଦିନରେ ଗୋଟିଏ ଦୁଇଟି ରୋଗୀ ଚିହ୍ନଟ ହେଉଛନ୍ତି । ବିଦେଶୀ ରାଷ୍ଟ୍ର ଭଳି ଆମ ଅଂଚଳରେ ସ୍ଥିତି ଗମ୍ଭୀର ନଥିଲେ ବି ଟୀକାକରଣ ର ସଫଳ ରୋଗ ପ୍ରତିରୋଧକ ଶକ୍ତି କୁ ଲକ୍ଷ ରଖି ଓଡିଶାରେ ଟୀକାକରଣ ପାଇଁ ଏହି ପର୍ଯ୍ୟାୟ ଆରମ୍ଭ କରାଯାଇଥିବା ଡାକ୍ତର ପାଢ଼ୀ ଜଣାଇଛନ୍ତି । ପୂର୍ବ ପର୍ଯ୍ୟାୟ ରେ ଜିଲ୍ଲାର 12-18 ବର୍ଷ ବୟସର ଶତ ପ୍ରତିଶତ ପିଲା ଙ୍କ ଟୀକାକରଣ ସରିଥିଲା ବେଳେ 18-60 ବର୍ଷର ଲୋକଙ୍କ ମଧ୍ୟରୁ ଶତକଡା 80 ଭାଗ ଲୋକେ ପ୍ରଥମ ଡୋଜ ନେଇସାରିଥିବା ସେ ଜଣାଇଛନ୍ତି ।ବର୍ତମାନ ପର୍ଯ୍ୟାୟରେ 35 ହଜାର ଟୀକା କୋରାପୁଟ ଜିଲ୍ଲାକୁ ପହଁଚିଥିବା ବେଳେ ଏହା ଜିଲ୍ଲାର ପ୍ରତି ବ୍ଲକ ସଦର ମହକୁମାରେ ଥିବା ଚିକିତ୍ସାଳୟରେ , ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ଦ୍ଵିତୀୟ ଡୋଜ ଓ ବୁସ୍ଟର ଡୋଜ ଭାବେ ଦିଆଯିବ ବୋଲି ଡାକ୍ତର ପାଢ଼ୀ ଜଣାଇଛନ୍ତି । ତେବେ ଯେଉଁମାନେ ଵର୍ତମାନ ପର୍ଯ୍ୟନ୍ତ ପ୍ରଥମ ଡୋଜ ଟୀକା ନେଇ ନାହାନ୍ତି ସେମାନେ ବେସରକାରୀ ହସ୍ପିଟାଲରେ ଟୀକା କିଣି ନେଇପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Scroll to Top