ଦିବ୍ୟାଙ୍ଗଜନଙ୍କୁ ବ୍ୟାଟେରି ପରିଚାଳିତ ସ୍କୁଟର ବଣ୍ଟନ ଶିବିର


ଆଜି ତା: ୧୫.୦୪.୨୦୨୩ ରିଖ ଜିଲ୍ଲା ପ୍ରଶାସନ କୋରାପୁଟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ ଦ୍ୱାରା ଦିବ୍ୟାଙ୍ଗଜନଙ୍କୁ ବ୍ୟାଟେରି ଚାଳିତ ସ୍କୁଟର ବଣ୍ଟନ କାର୍ଯ୍ୟକ୍ରମ କୋରାପୁଟସ୍ଥ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, ପଟାଙ୍ଗି, ସେମିଳିଗୁଡା, ଜୟପୁର ପୌରପରିଷଦ, କୋରାପୁଟ ପୌରପରିଷଦ, ସୁନାବେଡା ପୌରପରିଷଦ ଏବଂ କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨୩ ଜଣ ଦିବ୍ୟାଙ୍ଗଜନଙ୍କୁ ବ୍ୟାଟେରି ପିରଚାଳିତ ସ୍କୁଟର ଏବଂ ୯ ଜଣ ହିତାଧିକାରୀଙ୍କୁ ତାଙ୍କ ଜିବନ ଜୀବିକା ଆଗକୁ ନେବା ଉଦ୍ଦେଶ୍ୟରେ ସିଲେଇ ମେସିନ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶୁଶ୍ରୀ ସଶ୍ମିତା ମେଲେକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, କୋରାପୁଟ ଏବଂ ସମ୍ମାନୀୟ ଅତିଥି ଶ୍ରୀ ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ଯୋଗଦାନ କରିଥଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀ ଦିଲିପ କୁମାର ହିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀ ଅଂଶୁମାନ ପ୍ରଧାନ, ଏ.ପି.ଡି, ଶ୍ରୀ ଭାସ୍କର ଡାକୁଆ, ବରିଷ୍ଠ ରାଜସ୍ୱ ସହାୟକ, ଶ୍ରୀ ଦିପକ ସାମଲ, ଇଲେକ୍ଟ୍ରିକ୍ସ ରାଜ୍ୟ ମୁଖ୍ୟ, ଶ୍ରୀ ସନ୍ଦିପ ପାତ୍ର, ମ୍ୟାନେଜର, ଇଲେକ୍ଟ୍ରେକ୍ସ, ଶ୍ରୀ ବଂଶି ତୟାଲ ଯୋଗଦାନ କରି ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ଏହି ବ୍ୟାଟେରି ପରିଚାଳିତ ସ୍କୁଟି ଓ ସିଲେଇ ମେସିନ ପ୍ରଦାନକରି ଏହାର ବ୍ୟବହାର ତଥା ସଦ୍ ଉପଯୋକ କରିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ, ସଦରମହକୁମା, ଶ୍ରୀ ଜଗନ୍ନାଥ ନାୟକ, କନିଷ୍ଠ ସହାୟକ ଏବଂ ଶ୍ରୀ ସୁଧାଂଶୁ କୁମାର ସିଂ, ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଉପ-ବିଭାଗ, କୋରାପୁଟ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନରେ ସହାୟକ କରିଥିଲେ ।

Scroll to Top