ନାରାୟଣପାଟଣା ନିକଟ ଘାଟିରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ – 14ଜଣ ଆହତ

ଘାଟି ଉପର ଆଡୁ ଆସୁଥିବା ଦୁଇଟି ମଟର ସାଇକେଲ କୁ ରକ୍ଷା କରିବା ପାଇଁ ଯାଇ ନାରାୟଣପାଟଣାରୁ ବୋରିଗି ଯାଉଥିବା ଏକ ସଫାରୀ ଗାଡ଼ି ଘାଟି ତଳକୁ ଗଡିଯାଇଛି।ଗାଡ଼ିଟି ଓଲଟିପଡ଼ିବା ଫଳରେ ପ୍ରାୟ 14 ଜଣ ଆହତ ହୋଇଥିବା ବେଳେ ଗାଡ଼ି ଉପରେ ବୋଝେଇ ହୋଇଥିବା ଏକ ଲୁହା କବାଟ ବାଜି ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସାଧାରଣ ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ନାରାୟଣପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ତିନିଜଣଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ।

Scroll to Top