ରାଜ୍ୟ ଆଶା କର୍ମୀ ସଂଘ ବୈଠକ

ଆଜି ତା 8.5.2022 ରିଖ ରବିବାର ଦିବା 11.00 ଘଣ୍ଟା ସମୟରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, କୋରାପୁଟ ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କୋରାପୁଟ ଠାରେ ଜିଲ୍ଲା ସଭାପତି ଶ୍ରୀମତୀ ପ୍ରଣତି ଗରଡl ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ରେ ଆଶା କର୍ମୀ ମାନଙ୍କ ସମସ୍ୟା ଓ ତାହାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ 29.5.2022 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା BMS ର ଜିଲ୍ଲା ସମ୍ମିଳନୀ ଓ ଆଶା କର୍ମୀ ସଙ୍ଘର ଜିଲ୍ଲା ସମ୍ମିଳନୀ ବିଷୟରେ ଆଲୋଚନା ଓ କାର୍ଯ୍ୟକ୍ରମ ର ପ୍ରସ୍ତୁତି କରାଯାଇଥିଲା। ବୈଠକରେ ଓଡିଶା ରାଜ୍ୟ ଆଶା କର୍ମୀ ସଙ୍ଘର ସାଧାରଣ ସମ୍ପାଦିକା ଶ୍ରୀମତୀ କମଳା ବେହେରା, ଅଖିଳ ଭାରତୀୟ ଆଶା କର୍ମୀ ମହାସଂଘର ସହ ସମ୍ପାଦିକା ଶ୍ରୀମତୀ ଯିମ୍ମି ମା ଖୋରା, ଜିଲ୍ଲା ଆଶା କର୍ମୀ ସଙ୍ଘର ସମ୍ପାଦିକା ଶ୍ରୀମତୀ ଭବାନୀ ପୂଜାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର ଓ ସେକ୍ଟର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Scroll to Top