ସେଭ ଦ ଚିଲଡ୍ରେନ ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ” ପାଳିତ

ଗତ ତା: 24:01:2024 ରିଖ ରେ ବାଲ ରକ୍ଷା ଭାରତ ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟ ଠାରେ, “ରାଷ୍ଟ୍ରୀୟ ବାଳିକା ଦିବସ” ପାଳିତ ହୋଇଯାଇଛି.

ଚଳିତ ବର୍ଷ, “ପିତାଙ୍କ ଠାରୁ ଝିଅ ପାଖକୁ ଏକ ଚିଠି” ଆଲୋଚନା ର ବିଷୟବସ୍ତୁ ଥିଲା.

ଉକ୍ତ ସମ୍ମିଳନୀ ରେ ଜିଲ୍ଲା ଯୋଜନା ବୋର୍ଡ ର ଅତିରିକ୍ତ ନିର୍ଦେଶକ ଶ୍ରୀ ସୂର୍ଯ୍ୟ କାନ୍ତ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ.

ଅନ୍ୟାନ୍ୟ ଉପସ୍ଥିତ ଗଣମାନ୍ୟ ବ୍ୟକ୍ତିଙ୍କ ମsebhଧ୍ୟ୍ୟରେ ଶ୍ରୀମତୀ ଶ୍ରାବଣୀ ନାୟକ, SDPO, କୋରାପୁଟ, ଶ୍ରୀମତୀ ପ୍ରୀତିସୁଧା ଜେନା, ସଂସ୍କୃତିକ ଅଧିକାରୀ, ଶ୍ରୀମତୀ ସୁଜାତା ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ରାଜଶ୍ରୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ଓ ବାଲ୍ ରକ୍ଷା ଭାରତର ମନୋଜ ମିଶ୍ର ମଞ୍ଚସ୍ଥ ଥିଲେ.

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା – “ବାପାର ଝିଅ ପାଇଁ ପଦ ଟିଏ ” . ବାପା ମାନେ ନିଜ ନିଜ ଝିଅ ମାନଙ୍କ ପାଇଁ ପ୍ରେରଣା ଦାୟକ ଚିଠି ଲେଖି ପଢିଥିଲେ . ବିଭିନ୍ନ ଛାତ୍ରୀ ମାନେ ଅତି ସୁନ୍ଦର ଗୀତ ଓ ନାଚ ପରିଵେକ୍ଷଣ କରିଥିଲେ . କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କର ଯାଇ ଥିଲା . ଏଭଳି ପଦକ୍ଷେପ ଝିଅ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଯେପରି ଭୃଣ ହତ୍ୟା , ଅବହେଳା ଇତ୍ୟାଦି ରୋକା ଯାଇ ପାରିବ ବୋଲି ଗଣ ମାଧ୍ୟମ ଆଶା କରୁଛନ୍ତି . ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସିଥିଲା .

Scroll to Top