ଓଡିଆରେ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

ଡାକ୍ତରୀ ପାଠକୁ ଓଡିଆରେ ଉପଲବ୍ଧ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଉଛନ୍ତି । ଏଥି ନିମନ୍ତେ ଏକ କମିଟି ଗଠନ କରିଛନ୍ତି । ଓଡିଆରେ ଇଂରାଜୀ ର ଆକ୍ଷରିକ ଅନୁବାଦ କରିବା ଦରକାର ନାହିଁ । ଭାବ ଓ ତଥ୍ୟ କୁ ସଠିକ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ । ମାତୃଭାଷାରେ ସ୍ବାସ୍ଥ୍ୟ ଶିକ୍ଷା ପାଇଲେ ସାଧାରଣ ଲୋକଙ୍କ ସହ ଅନ୍ତରଙ୍ଗ କଥାବାର୍ତା କରି ଅସାଧାରଣ ସମସ୍ୟା ର ସମାଧାନ ମଧ୍ୟ କରିହେବ । ତେବେ ଏହି କମିଟି ରେ କେବଳ ଡାକ୍ତର ଓ ଡାକ୍ତରୀ ପଢାଉଥିବା ବ୍ୟକ୍ତିଙ୍କୁ ରଖିଲେ ହେବ ନାହିଁ । ଓଡିଆ କୁ ନେଇ ଗବେଷଣା କରୁଥିବା ବ୍ୟକ୍ତି ବି ରହନ୍ତୁ । ଯେଉଁମାନେ ଅନୁବାଦ କରୁଛନ୍ତି ସେମାନଙ୍କୁ ସାମିଲ କରାଯାଉ । ଜୟ ଜଗନ୍ନାଥ ।

Scroll to Top