ବିଶ୍ବ ଜଙ୍ଗଲ ଦିବସ ପାଳିତ

ଆଜି କୋରାପୁଟସ୍ଥ ଆଦିବାସୀ ସଂଗ୍ରହାଳୟ ସଭାଗୃହରେ କୋରାପୁଟ ଓ ଜୟପୁର ବନଖଣ୍ଡ
ତରଫରୁ କୋଟସ୍ ଓ ଇନଟାକ, କୋରାପୁଟ ଚାପ୍ଟର ସହଯୋଗରେ ଜିଲ୍ଲାସ୍ତରୀୟ
ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । କୋଟପାଡର ଶ୍ରୀ ରଂଜନ ମହୁରିଆଙ୍କ
ଭାବୋଦ୍ଦୀପକ ପ୍ରାରମ୍ଭିକ ସଂଗୀତ ଗାନ ସହିତ କୋଟସର ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ
ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମାପିତ ଏହି ଉତ୍ସବକୁ ମୁଖ୍ୟ ଅତିଥିଭାବରେ
କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଉଦଘାଟନ କରିଥିଲେ
। ମୁଖ୍ୟ ବକ୍ତାଭାବେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଜୈବ
ବିବିଧତା ସଂରକ୍ଷଣ ଓ ପ୍ରାକୃତିକ ସମ୍ବଳ ପରିଚାଳନା ବିଭାଗର ସହକାରୀ
ପ୍ରଫେସର ଡ. କାକଳି ବାନାର୍ଜୀ ଯୋଗଦେଇ “ଆକ୍ରମଣକାରୀ ଜାତି: ଜଙ୍ଗଲ
ବିବିଧତା ପ୍ରତି ବିପଦ” ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରି ବିଷୟବସ୍ତୁ ଉପରେ
ଗଭୀର ଆଲୋକପାତ କରିଥିଲେ । କୋରାପୁଟ ବନଖଣ୍ଡ ଅଧିକାରୀ ଶ୍ରୀମତି
ଅମିତାରାଣୀ ରାୟ ଜଙ୍ଗଲ ସୁରକ୍ଷା, ବନାଗ୍ନି ନିବାରଣରେ ବନପାଳ, ବନରକ୍ଷୀ
ଓ ଆମ ମାନଙ୍କ କର୍ତ୍ତବ୍ୟ ଓ ଦାୟୀତ୍ୱ ବିଷୟରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ
। କୋରାପୁଟ ଇନଟାକ୍ ଚାପଟରର ବୟୋଜ୍ୟେଷ୍ଠ ସଭ୍ୟ ଡ. ସୁରେଶ ଚନ୍ଦ୍ର ଦାଶ
ବନ ସୁରକ୍ଷା ଦିଗରେ ମଣିଷ ସମାଜର କର୍ତ୍ତବ୍ୟ ବିଷୟରେ ଟିପପଣୀ ପ୍ରଦାନ
କରିଥିଲେ । ଜୟପୁର ବନଖଣ୍ଡ ଅଧିକାରୀ ଶ୍ରୀ ଏନ୍.ଏସ୍.ଜେ.ପି ସିଂହ ବନ
ଦିବସ ସମ୍ପର୍କିତ “ଜଙ୍ଗଲ ଓ ସ୍ୱାସ୍ଥ୍ୟ” ବିଷୟବସ୍ତୁ ଉପରେ ସାରଗର୍ଭକ ଭାଷଣ
ଦେଇଥିଲେ । ବନ୍ୟଜନ୍ତୁ ମାନଦାୟୀ ଓ୍ୱାର୍ଡେନ ଶ୍ରୀ ରାମନାଥ ସାହୁ ବନ୍ୟଜନ୍ତୁ ଓ
ଜଙ୍ଗଲ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ସେମିଳିଗୁଡାର ବନପାଳ
ଶ୍ରୀ ନିରଞ୍ଜନ ଶତପଥୀଙ୍କ ଉଦ୍ୟମରେ ଦେଓମାଳି ପର୍ବତ ଶିଖର
ପର୍ଯ୍ୟଟନସ୍ଥଳୀରେ ବୃକ୍ଷରୋପଣ ଏବଂ ଅନ୍ୟ ବନପାଳ, ବନରକ୍ଷୀ ଓ
ମନୋନୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବନସଂରକ୍ଷଣରେ ସେମାନଙ୍କର
ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଉତ୍ସବରେ ପ୍ରମାଣ ପତ୍ର ଓ ଉତ୍ତରୀୟ ସହ
ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବର ସୁପରିଚାଳନା ପାଇଁ ସହକାରୀ ବନ
ସଂରକ୍ଷକ ଶ୍ରୀ ଉମା ମହେଶ, ବନ ରେଞ୍ଜ ଅଧିକାରୀ ଶ୍ରୀ ରୋହିତ୍ କୁମାର, ଓ
କୋଟସର ପ୍ରଫେସର ଜଗବନ୍ଧୁ ସାମଲ ତଥା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ,
ଆଦିବାସୀ ସଂଗ୍ରହାଳୟର ଶ୍ରୀ ପ୍ରକାଶ କର ଅକୁଣ୍ଠିତ ଉଦ୍ୟମ କରିଥିବାରୁ

ଉତ୍ସବରେ ସେମାନଙ୍କର ଭୂୟସୀ ପ୍ରଶଂସା କରାଯାଇଥିଲା । ଉତ୍ସବ ଶେଷରେ
କୋଟସର ପ୍ରଫେସର ରବି ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Scroll to Top