ଶୀତିଲଗ୍ନା ଓ ସୁବାସକୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରିବା ପାଇଁ କୋରାପୁଟ ଜିଲ୍ଲାରୁ କେନ୍ଦ୍ରୀୟ ବିଦ୍ଯାଳୟ କୋରାପୁଟରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱାଦଶ ଶ୍ରେଣୀରେ ଅଧ୍ଯୟନରତ ଛାତ୍ରୀ ଶୀତିଲଗ୍ନା ଶତପଥୀ ଓ ଲମତାପୁଟ ବ୍ଲକ ଗୋଡିହଞ୍ଜର ଇଚ୍ଚ ବିଦ୍ଯାଳୟ ଦଶମ ଶ୍ରେଣୀର ଛାତ୍ର ସୁବାସ ଖିଲ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପ୍ରେରଣା କାର୍ଯାଳୟ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଓ୍ୱି. କୀର୍ତ୍ତି ଓ୍ୱାସନ୍ ଉଭୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏପରି ଛାତ୍ରଛାତ୍ରୀ ମାନେ ଆମ ଜିଲ୍ଲାର ଗର୍ବ ବୋଲି ଖୁସି ପ୍ରକାଶ କରିଛନ୍ତି। ଏହି ଶୁଭେଚ୍ଛା ପ୍ରଦାନ ସମୟରେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି କେନ୍ଦ୍ର ସରକାରଙ୍କ ପ୍ରେରଣା କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ୍ ଅଫିସର ତଥା ଜବାହର ନବୋଦୟ ବିଦ୍ଯାଳୟ, କୋରାପୁଟର ଅଧ୍ଯକ୍ଷା ଶ୍ରୀମତୀ ମିଲାନୀ ମିତ୍ର, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀ ଚନ୍ଦ୍ରକଳା ବଗର୍ତ୍ତୀ ଓ ଶୀତିଲଗ୍ନାର ପିତା ଅଧ୍ଯାପକ ଓ କବି ରବି ଶତପଥୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପ୍ରେରଣା କାର୍ଯାଳୟ, ନୂଆଦିଲ୍ଲୀ ତରଫରୁ ସମଗ୍ର ଓଡିଶାରୁ କେବଳ ଏହି ଦୁଇଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଉଭୟ ଛାତ୍ରଛାତ୍ରୀ ଦିଲ୍ଲୀ ଗସ୍ତ କରିବାର କିଛି ସମୟ ପୂର୍ବରୁ ସେମାନଙ୍କୁ ଜିଲ୍ଲାପାଳଙ୍କ ସମେତ କେନ୍ଦ୍ରୀୟ ବିଦ୍ଯାଳୟ କୋରାପୁଟର ଭାରପ୍ରାପ୍ତ ଅଧ୍ଯକ୍ଷ ଶ୍ରୀ ବି. ଟି ନାଇଡୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଂକ ସହ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

Scroll to Top