CRY spot Reaction : Budget for Children 23-24

CRY spot Reaction : Budget for Children 23-24
ସିଆରୱାଇ ସ୍ପଟ୍ ପ୍ରତିକ୍ରିୟା : ପିଲାମାନଙ୍କ ପାଇଁ ବଜେଟ୍ 23-24

ପିଲାମାନଙ୍କ ପାଇଁ ବଜେଟ୍ ଏଫୱାଇ 23-24 ଉପରେ ପ୍ରତିକ୍ରିୟା ପ୍ରଦାନ କରି, ଟ୍ରିନା ଚକ୍ରବର୍ତ୍ତି, କ୍ରାଏ – ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ର ରିଜିଓନାଲ୍ ଡାଇରେକ୍ଟର (ପୂର୍ବ) କହିଛନ୍ତି ଯେ, ‘‘କେନ୍ଦ୍ର ବଜେଟ୍ 23-24 ରେ ସାମଗ୍ରୀକ ଭାବରେ କୋଭିଡ୍ ପରବର୍ତ୍ତୀ ସମୟରେ ଭାରତରେ ସମନ୍ବିତ ବିକାଶର ରୋଡମ୍ୟାପ ପ୍ରସ୍ତୁତ କରିଛି। ପିଲାମାନେ ଯିଏକି ଭାରତର ସମୁଦାୟ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ଅଟନ୍ତି ସେମାନଙ୍କ ପାଇଁ ଏହି ବଜେଟରେ ସେପରି କିଛି ଉଲ୍ଲେଖନୀୟ ବ୍ୟବସ୍ଥା କରାଯାଇନାହିଁ।’’

ଏହି ବଜେଟର ସକାରାତ୍ମକ ଦିଗ ଉପରେ ସୂଚନା ପ୍ରଦାନ କରି, ସେ କହିଛନ୍ତି ଯେ, ‘‘ଯେତେବେଳେ କି ଶିଶୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ କିଛି ବୃଦ୍ଧି ପରିଲକ୍ଷିତ ହୋଇଛି, ମିସନ ବାତ୍ସଲ୍ୟ ପାଇଁ ଆବଣ୍ଟନରେ କୌଣସି ପରିବର୍ତ୍ତନ ହୋଇ ନାହିଁ ଯାହାକି 2022-23 ବିଇ ରେ ଟ.1472.17 କୋଟି ଥିବା ବେଳେ 2023-24 ବିଇ ରେ ମଧ୍ୟ ସମାନ ରହିଛି। ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ପାଇଁ ଆବଣ୍ଟନ ପ୍ରାୟ 1.44 ପ୍ରତିଶତ ବୃଦ୍ଧି ହୋଇଛି ଯାହା (2022-23 ବିଇ) ରେ ଟ.17,223.61 କୋଟି ଥିବା ବେଳେ (2023-24 ବିଇ) ରେ ଏହା ଟ.17,471.16 କୋଟି ରହିଛି। ଏଥିରେ ମାତ୍ର ଟ.247.55 କୋଟି ଟଙ୍କାର ବୃଦ୍ଧି କରାଯାଇଛି। ସମଗ୍ର ଶିକ୍ଷା ବଜେଟରେ ଖୁବ୍ କମ୍ ବୃଦ୍ଧି କରାଯାଇଛି ଯାହାକି ମାତ୍ର 0.19 ପ୍ରତିଶତ। ଏହା (2022-23 ବିଇ) ରେ ଟ.37,383.36 କୋଟି ଥିବା ବେଳେ (2023-24 ବିଇ) ରେ ଏହା ଟ.37,453.47 କୋଟି ହୋଇଛି ଯାହାକି ମାତ୍ର ଟ.70.11 କୋଟିର ଅଭିବୃଦ୍ଧି ଅଟେ।’’

‘‘ଏହା ବାସ୍ତବରେ ଏକ ସକାରାତ୍ମକ ବିଷୟ ଯେ କେନ୍ଦ୍ର ବଜେଟ୍ ଏଫୱାଇ 23-24 ପାଇଁ ସାମଗ୍ରୀକ ଅର୍ଥ ପରିମାଣକୁ 22-23 ତୁଳନାରେ 14.15 ପ୍ରତିଶତ ବୃଦ୍ଧି କରାଯାଇଛି ଓ ପିଲାମାନଙ୍କ ପାଇଁ ସମୁଦାୟ ବଜେଟ୍ ରେ ଟ.11054.20 କୋଟି ଟଙ୍କାର ବୃଦ୍ଧି ହୋଇଛି। 2022-23 ବିଇ ରେ ଏହି ପରିମାଣ ଟ.92,736.5 କୋଟି ଥିବା ବେଳେ 2023-24 ବିଇ ରେ ଏହି ପରିମାଣ ଟ.103,790.70 କୋଟି ହୋଇଛି। କିନ୍ତୁ ଏହାକୁ ଧ୍ୟାନର ସହିତ ଅନୁଧ୍ୟାନ କଲେ ଜଣାଯାଏ ଯେ କେନ୍ଦ୍ର ବଜେଟରେ ପିଲାମାନଙ୍କର ବଜେଟ୍ ରେ 0.05 ପ୍ରତିଶତ ପଏଣ୍ଟ ହ୍ରାସ ହୋଇଛି। 2022-23 ବିଇ ରେ ଏହା 2.35 ପ୍ରତିଶତ ଥିବା ବେଳେ 2023-24 ବିଇ ରେ ଏହା 2.30 ପ୍ରତିଶତ ହୋଇଛି। ପୁନଶ୍ଚ ବିଶ୍ଳେଷଣରୁ ଜଣାଯାଏ ଯେ, ଜିଡିପି ଅନୁସାରେ, ପିଲାମାନଙ୍କର ବଜେଟ୍ ଜିଡିପି ଅନୁସାରେ 2023-24 ବିଇ ରେ 0.34 ପ୍ରତିଶତ ହ୍ରାସ ହୋଇଛି ଯେତେବେଳେ କି 2022-23 ବିଇ ରେ ଏହା 0.36 ପ୍ରତିଶତ ରହିଥିଲା’’ ବୋଲି ସେ କହିଛନ୍ତି।

‘‘ଯେତେବେଳେ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କର କଥା ଆସେ, ଯେଉଁମାନେ ଦାରିଦ୍ର୍ୟର ସୀମା ରେଖା ତଳେ ରହିଛନ୍ତି ସେମାନଙ୍କ ପାଇଁ କେନ୍ଦ୍ର ବଜେଟରେ ସାମଗ୍ରୀକ ଭାବରେ, ଶିଶୁ କୈନ୍ଦ୍ରିକ ପ୍ରୋଗ୍ରାମ ଓ ପଦକ୍ଷେପ ପାଇଁ ଆବଣ୍ଟନ କରାଯାଇଥିବା ପରିମାଣ ଶେଷ ମାଇଲ୍ ପର୍ଯନ୍ତ ପହଞ୍ଚିବାରେ ବିଫଳ ହୋଇଛି’’ ବୋଲି କହିଛନ୍ତି ଟ୍ରିନା ଚକ୍ରବର୍ତ୍ତି ।

Scroll to Top