Flute adds more interest in the Classroom

Thanks to Robin Chandra Mahanandiya Sir in JELC Primary school at Deoghati in Koraput district .His playing flute attracts students to learn true education .

Robin Sir with Students and Flute

ଗତ ପ୍ରାୟ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ପିଲାଏ ସ୍କୁଲ ଠାରୁ ଦୂରେଇ ରହିଥିଲେ । କେତେବେଳେ ଘରେ ତ ଆଉ କେତେବେଳେ ଗାଁ ପାଖ ପାହାଡ଼ , ଝରଣା ଓ ଜଙ୍ଗଲ ରେ ବୁଲି ବୁଲି ପ୍ରକୃତିର ସଙ୍ଗୀତ ରେ ବିଭୋର ହୋଇ ଉଠିଥିବା ଛାତ୍ରଛାତ୍ରୀ ବିଦ୍ୟାଳୟ ଖୋଲିଲା ପରେ ହଠାତ୍ ବହି ଖାତା ଧରି ପାଠ ପଢା ଉପରେ ଏକାଗ୍ର ହେବା କାଠିକର ପାଠ ହୋଇଉଠିଛି। ତେବେ ଏହିପରି ଏକ ସ୍ଥିତିରେ ପିଲାଙ୍କ ମଧ୍ୟରେ ବିଦ୍ୟାଳୟ , ଶିକ୍ଷକ , ଶିକ୍ଷୟତ୍ରୀ ଓ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କୋରାପୁଟ ବ୍ଲକ ଅନ୍ତର୍ଗତ ଦେବିଘାଟ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଏକ ଅଭିନବ ଉପାୟ ଅବଲମ୍ବନ କରି ସମସ୍ତଙ୍କ ହୃଦୟ ଜିଣିପାରିଛନ୍ତି । ବିଦ୍ୟାଳୟର ସହକାରୀ ଶିକ୍ଷକ ରବୀନ ଚନ୍ଦ୍ର ମହାନନ୍ଦିଆ ଜିଲ୍ଲାର ଜଣେ ସୁନାମଧନ୍ୟ ବଂଶୀ ବାଦକ ତଥା ପ୍ରଶିକ୍ଷକ । ତାଙ୍କ ବଂଶୀବାଦନ ରେ ଛାତ୍ରଛାତ୍ରୀ ବିମୁଗ୍ଧ ହେବା ସହ ବିଗତ ଦିନ ଗୁଡିକରେ ସେମାନଙ୍କ ମଧ୍ୟରୁ ଅନେକ ବଂଶୀ ବାଦନ ଶିକ୍ଷା କରି ଜୀବନରେ ଜଣେ ବଂଶୀବାଦକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ରବୀନ ସାରଙ୍କୁ ପିଲାଏ ଦୀର୍ଘ ଦୁଇ ବର୍ଷ ପରେ ବିଦ୍ୟାଳୟରେ ପାଇବା ପରେ ତାଙ୍କ ଠାରୁ ବଂଶୀ ବାଦନ ଶୁଣିବା ପାଇଁ ଜିଦ୍ ଧରି ବସିଲେ । ତେବେ ରବୀନ ସାର୍ ନିଜେ ବଂଶୀ ବଜାଇବା ସହ ନିଜ ମୁଣାରୁ କିଛି ବଇଁଶୀ କାଢି ପିଲାଙ୍କ ହାତରେ ଧରାଇଦେଲେ । ବାସ୍ । ରବିନ ସାର୍ ଙ୍କ ମଧୁର ବଂଶୀ ବାଦନ ସହ ପିଲାଙ୍କ ବଇଁଶୀ ବାଦନ ଶିକ୍ଷାର ଶୁଭାରମ୍ଭ ହୋଇଯାଇଥିଲା । ଏବେ ପାଠ ପଢ଼ିବା ସହ ଦୁଇବର୍ଷ ଧରି ହଜାଇଥିବା ପାଠ ପଢ଼ିବାର ଅଭ୍ୟାସ ର ପୁନରୁଦ୍ଧାର ହୋଇ ବିଦ୍ୟାଳୟଟି ଆନନ୍ଦ ମୁଖରିତ ହୋଇଉଠିଛି ।

The detailed report on this has been published in ETV Bharat Odia .You could visit with a CLICK HERE

Scroll to Top