Kinnar Day

ଆନ୍ତର୍ଜାତୀୟ କିନ୍ନର ଦିବସ-୨୦୨୩ ପାଳିତ
ଜିଲ୍ଲା ପ୍ରଶାସନ କୋରାପୁଟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ ଏବଂ ମା ମାଝି ଗୌରୀ ସିବିଓ, ରାୟଗାଡାଙ୍କ ମିଳିତ ଆନକୁଲ୍ୟରେ ଆନ୍ତର୍ଜାତୀୟ କିନ୍ନର ଦିବସ-୨୦୨୩ କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କିନ୍ନରମାନଙ୍କୁ ସମ୍ମାନ ଦେବା, ସ୍ୱାବଲମ୍ବି କରିବା ଏବଂ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନରେ ସାମିଲ କରି ସମାଜର ମୁଖ୍ୟ ଶ୍ରୋତକୁ ଫେରେଇ ଆଣିବା ସହିତ ସମାଜରେ ତାଙ୍କୁ ଆଦରର ସହିତ ବଞ୍ଚିବାର ଆଧିକାର ପ୍ରଦାନ କରିବା ।
ଏହି ଆନ୍ତର୍ଜାତୀୟ କିନ୍ନର ଦିବସ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମାଝି କହିଥିଲେ, କିନ୍ନରମାନଙ୍କ ବ୍ୟକ୍ତିଗତ ଏବଂ ସାମୁହିକ ବିକାଶ ର ଆବଶ୍ୟକତା ରହିଛି ତେଣୁ ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ହେଲେ ବିଭିନ୍ନ ଧନ୍ଦା ମୂଳକ ତାଲିମ ଦେବା ସହିତ କିନ୍ନରମାନଙ୍କୁ ସରକାରଙ୍କ ଭିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର କିନ୍ନରମାନେ ଯୋଗଦାନ କରିଥିଲେ । ଏହା ବ୍ୟତୀତ ସ୍ପ୍ରେଡ୍ ବେସରକାରୀ ସଂସ୍ଥାରୁ ଶ୍ରୀ ଜ୍ୟତି ରଞ୍ଜନ ଏବଂ ଏକତା ରୁ ଶ୍ରୀ ସିମାଞ୍ଚଳ ରେଡ୍ଜି ଯୋଗଦାନ କରିଥିଲେ । ଶ୍ରୀ ସିମାଞ୍ଚଳ ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀ ଅଶୋକ ମାହାପତ୍ର, ସଂଯୋଜକ ଏବଂ ବିଶ୍ୱନାଥ ଗମାଙ୍ଗ, କିନ୍ନର ଉପଦେଷ୍ଟା ମା ମାଝି ଗୌରୀ ସିବିଓ, ରାୟଗଡା, ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଶ୍ରୀ ଜଗନ୍ନାଥ ନାୟକ, କନିଷ୍ଠ ସହାୟକ, ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଉପ-ବିଭାଗ, କୋରାପୁଟ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି ଆନ୍ତର୍ଜାତୀୟ କିନ୍ନର ଦିବସ-୨୦୨୩ର ଆୟୋଜନ କରାଯାଇଥିଲା ।

Scroll to Top