Koraput Turmeric Soap goes International

ଭାରତବର୍ଷ ର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଉତ୍ପାଦ ର ଚାହିଦା ରହିଥିବା ବେଳେ କୋରାପୁଟ ରେ ଉତ୍ପାଦିତ ଦ୍ରବ୍ୟ ଏଠାକାର ଅଧିବାସୀଙ୍କୁ ସ୍ୱାବଲମ୍ବୀ କରିଛି । କୋରାପୁଟରେ ଅରମାସ ଓ କାଫକୋ ର ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ରାଜସ୍ଥାନ ରେ ପ୍ରତିଷ୍ଠିତ ହେପି ପିପଲ୍ କମ୍ପାନୀ ର ପ୍ରତିଷ୍ଠାତା କାବ୍ୟା ସକ୍ସେନା କୋରାପୁଟ ଅଞ୍ଚଳରେ ଉତ୍ପାଦିତ ଦ୍ରବ୍ୟ ରେ ବିଶ୍ୱ ସ୍ତରୀୟ ଗୁଣବତ୍ତା ରହିଥିବା ଜଣାଇଛନ୍ତି । ଅରମାସ ଓ କାଫକୋ ର ସହଯୋଗରେ ଜିଲ୍ଲାରେ ଆଦିବାସୀ ମହିଳା ମାନେ ଝାଡୁ , ତେନ୍ତୁଳି , ଖଲି , ଅଦା ପ୍ରଭୃତି କୁ ନେଇ ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ହଳଦୀ ଓ ଲେମନ୍ ଗ୍ରାସ ତେଲ କୁ ବ୍ୟବହାର କରି ଏଠାରେ ପ୍ରସ୍ତୁତ ହେଉଥିବା ହାତ ତିଆରି ସାବୁନ ଜାତୀୟ ସ୍ତରରେ ଚହଳ ପକାଇଥିବା ସେ ଜଣାଇଛନ୍ତି । ଏପରିକି ତାଙ୍କ ଦ୍ଵାରା କିଛି ବନ୍ଧୁଙ୍କ ମାଧ୍ୟମରେ ଏହି ସାବୁନ ର ନମୁନା ଆନ୍ତର୍ଜାତୀୟ ସ୍ତରରେ ପରୀକ୍ଷା ପାଇଁ ପ୍ରେରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । କୋରାପୁଟ ର ଆଦିବାସୀ ମହିଳାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ଉନ୍ନତ ମାନର ସ୍ଥାୟୀ ବଜାର ସୃଷ୍ଟି କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Scroll to Top