Sri Gundicha Yatra at Koraput

ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ରେ ଲାଗିଥିବା ତୁଳସୀ ଟିକେ ପାଇଁ ଭକ୍ତ ବ୍ୟାକୁଳ । ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ । ଯାତ୍ରା ରେ ବଂଧୁମିଳନର ମଜା ନିଆରା ।

ଶାବର ଶ୍ରୀକ୍ଷେତ୍ର ରେ ମେଘ ତଳ ରାଇଜରେ ଜୟ ଜଗନ୍ନାଥ ର ଧ୍ୱନି ର ସହ ବଡଦାଣ୍ଡ ରେ ରଥ ଗଡ଼ିଲା ଆଗକୁ ଆଗକୁ

ରଥଯାତ୍ରା କୁ ଯାଇ ବମ୍ବେଇ ମିଠାଇ ନ ଖାଇଲେ ଆଉ କି ମଜା । ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଖେଳନା ଵାଲା । ପେଁ କାଳି ବଜାଇଦେ । ବଂଶୀ ବଜାଇଦେ ।ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ପେଁ …….. ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଯାତ୍ରା କୁ ଯାଇ ଚଣା ନଖାଇଲେ ଆସିଲା ଜନମରେ ଗଧ ହୋଇଜିବୁ । ସେ ଡରରେ 30 ଟଙ୍କାର ଚଣା କିଣିଲି । ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ରଥଯାତ୍ରା ଦେଖିବାକୁ କୋରାପୁଟର ଗିରି କନ୍ଦର ମଧ୍ୟରୁ ଛୁଟି ଆସିଥିବା ଆଦିବାସୀ ପରିବାର ।ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଖିଚିଡି , ଡାଲମା ଆଉ ହାଲୁଆ । ରଥଯାତ୍ରାକୁ ଆସିଥିବା ସମସ୍ତଙ୍କ ପାଇଁ କୋରାପୁଟ ର କିଛି ବ୍ୟକ୍ତିଙ୍କ ପ୍ରୟାସ । ବର୍ଷ ପରେ ବର୍ଷ ଏହି ସେବା ଚାଲିଛି । ଆଜିବି ଖାଇଲୁ । ଭଲ ଥିଲା ।ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଆମ ପୂଜ୍ୟ ଉମା ସାର , କୁମରମଣି ସାର ଆଜି ବହୁତ ମନେ ପଡିଲେ । କୋରାପୁଟରେ ଶ୍ରୀଗୁଣ୍ଡିଚା ଯାତ୍ରା ରେ ଧାରା ବିବରଣୀ ଦେବାରେ ସେମାନଙ୍କ ଅବଦାନ ଅତୁଳନୀୟ । ଆଜି ଆମେ ପ୍ରତିବର୍ଷ ଭଳି କିଛି କହିବାର ପ୍ରୟାସ କରିଥିଲୁ । ଆମ ସହିତ ଆହୁରି କିଛି ବନ୍ଧୁ ବି ଏହି ସେବା ଯୋଗାଇଛନ୍ତି । ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

ଶ୍ରୀ ଜଗନ୍ନାଥ ସେମାନଙ୍କ ଦାରୁ ଦେବତା । ତାଙ୍କୁ ଭୋଗ ଲଗାଇବା ଓ ତାଙ୍କ ରଥ ସମ୍ମୁଖରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ କରିବା ରେ ସେମାନଙ୍କ ଆନନ୍ଦ । ଆଜି କୋରାପୁଟରେ ଦୁରୁଆ ଜନଜାତି ର ପାରମ୍ପରିକ ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥିଲା ।

ଶାବର ଶ୍ରୀକ୍ଷେତ୍ର ର ଶ୍ରୀଗୁଣ୍ଡିଚା ଯାତ୍ରାରେ ତିନି ଠାକୁରଙ୍କ ପାଖରେ ପ୍ରଥମେ ଆଦିବାସୀଙ୍କ ଭୋଗ ଲାଗେ । ଶାବର ଶ୍ରୀକ୍ଷେତ୍ର ରୁ ଜୟ କାଗନ୍ନାଥ ।

Scroll to Top