ଓଡ଼ିଆ ରେ ଠିକ ଭୁଲ ସମ୍ପର୍କରେ

ବିଶ୍ବ ଓଡିଆ ସମ୍ମିଳନୀ ଅବସରରେ ବନାନ , ଉଚ୍ଚାରଣ ଭଳି ଭୁଲ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ସେମାନେ ଯଦି ଭୁଲ କରିନଥାନ୍ତେ , ପ୍ରତିଦିନ ନିଜ ଚାରିପଟେ କୁହା ଯାଉଥିବା ତଥା ଲେଖାଯାଇଥିବା ଭୁଲ କୁ ଦେଖି ମଧ୍ୟ ନ ଦେଖିଲା ଭଳି ଆମେ ହଠାତ ଓଡିଆ ରେ ଠିକ ଲେଖିବା ଓ ପଢିବା ପ୍ରତି ଏତେ ବ୍ୟାପକ ଭାବେ ସଚେତନ ହୋଇପାରିଥାନ୍ତେ କି ନା ସନ୍ଦେହ । ଆଶାକରୁଛି ଏବେ ଓଡିଆ ପ୍ରାଣ ପ୍ରତି ସଚେତନ ହୋଇଉଠିଥିବା ଶ୍ରୋତା , ପାଠକ , ଦର୍ଶକ , ଲେଖକ ଓ ଅଭିଭାବକ ଟେଲିଭିଜନ ରେ ଶୁଦ୍ଧ ଓଡିଆ ଭାଷାରେ ଖବର ପଢା ନହେଲା ବେଳେ , ଖବର କାଗଜ ଓ ପୁସ୍ତକ ରେ ଭୁଲ ମୁଦ୍ରଣ ହୋଇଥିବା ବେଳେ , ନିଜ ପୁଅ ଝିଅ ଓଡିଆ ରେ ମା , ବାପା , ବୋଉ , ନନା , ଅଜା , ଆଇ , ଜେଜେ ,, କକା , ମାମୁଁ , ମଉସା , ମାଉସୀ , ଅପା , ଭାଇନା କହିବାକୁ ପଛଘୁଞ୍ଚା ଦେଉଥିବା ବେଳେ ନିଜ ପ୍ରତିବାଦ ଜଣାଇବେ । ଚାକିରି ପାଇଁ , ବ୍ୟବସାୟ କରିବା ପାଇଁ ତଥା ଭିନ୍ନ ଭାଷାଭାଷି ବନ୍ଧୁଙ୍କ ସହ ବାର୍ତା ବିନିମୟ କରିବା ପାଇଁ ପୃଥିବୀ ପୃଷ୍ଠ ର ଯେକୌଣଶୀ ଭାଷା ବ୍ୟବହାର କରିବାରେ କିଛି ଭୁଲ ନାହିଁ । କିନ୍ତୁ ଓଡିଆ ରେ ଭାବିବା , ଭଲ ପାଇବା , ହସିବା ଓ କାନ୍ଦିବା କୁ ଚେଷ୍ଟା କରିବା । ଯା ହେଉ ଏବେ ଓଡିଆ ରେ ଦୁଇପଦ ଲେଖିଲା ବେଳକୁ ସମସ୍ତେ ଯଥା ସମ୍ଭବ ଭୁଲ ନ କରିବା ପାଇଁ ପ୍ରୟାସ କରିବେ । ଠିକ ଯେମିତି ମୁଁ ଏତିକି ଲେଖି ଶେଷ୍ ଥର ପାଇଁ ଆକାଶକୁ ଛାଡିଦେବା ପୂର୍ବରୁ ଦୁଇଥର ପଢି ସାରିଲିଣି । ଭୁଲ କରିବାକୁ ଡରିବା ନାହିଁ । ଭୁଲ କୁ ଠିକ କରିବା ପାଇଁ ପଛଘୁଞ୍ଚା ଦେବା ନାହିଁ । ଓଡିଆ ଜିନ୍ଦାବାଦ ।

Scroll to Top