ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧିତ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରାପ୍ତ ତଥା ଓଡ଼ିଶାର ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପୁରଷ୍କୃତ ରାମଚନ୍ଦ୍ର ନାହକ ଙ୍କୁ ଆଜି ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ନାହକ ଙ୍କ କର୍ମ ପ୍ରବଣତା କୁ ପ୍ରଶଂସା କରାଯାଇଛି । ତେବେ ଶ୍ରୀ ନାହକ ଏହି ସଫଳତାର ଶ୍ରେୟ ଜିଲ୍ଲାର ଶିକ୍ଷକ ସମାଜ ର ବୋଲି ମତ ରଖିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟକୁ ପରିଷ୍କାର ରଖି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣୀୟ ଉପଯୋଗୀ ରଖିପାରିଲେ ଜିଲ୍ଲାର ଶିକ୍ଷାର ସ୍ତର ବହୁ ଉଚ୍ଚସ୍ତରକୁ ଯାଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି । ଏହି ସାମୁହିକ ଯଜ୍ଞରେ ସମସ୍ତେ ସକ୍ରିୟ ଭାବେ ସକାରାତ୍ମକ ଅଂଶ ଗ୍ରହଣ କରିପାରିଲେ ଜୀବନ ର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ସେ ମତ ଉପସ୍ଥାପନ କରିଛନ୍ତି ।

Scroll to Top